ଟୋକିଓ ପାରାଅଲିମ୍ପିକ୍ସରେ ଆଜି ଅଭିଯାନ ଆରମ୍ଭ କରିବେ ଓଡ଼ିଆ ବ୍ୟାଡମିଣ୍ଟନ ତାରକା : ମିକ୍ସ ଡବ୍ଳସରେ ପଲକ କୋହଲିଙ୍କ ସହ କୋର୍ଟକୁ ଓହ୍ଲାଇବେ Kanak News

କନକ ବ୍ୟୁରୋ : ଆଜି ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇବେ ଓଡିଆ ପୁଅ ପ୍ରମୋଦ ଭଗତ । ଅପରାହ୍ନ ୨ ଟା ୩୦ ମିନିଟରେ ଅନୁଷ୍ଠିତ ହେବାକୁ ମିକ୍ସଡ୍ ଡବଲ ଇଭେଂଟରେ ଭାରତର ପ୍ରମୋଦ ଭଗତ ଓ ପଲକ୍ କୋହଲିଙ୍କୁ ଭେଟିବେ ଫ୍ରାନ୍ସର ଏଫ ନଏଲ ଓ ଏଲ ମଜୁର । ମିକ୍ସଡ୍ ଡବଲରୁ ପାରା ଅଲିମ୍ପିକ୍ସରେ ଭାରତ ତା’ର ବ୍ୟାଡମିଣ୍ଟନ ଅଭିଯାନକୁ ଆରମ୍ଭ କରିବ ।
ସଂଧ୍ୟା ୫ଟା ୩୦ରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ ଗ୍ରୁପ୍ ‘ଏ’ ରେ ମନୋଜ ସରକାରଙ୍କୁ ଭେଟିବେ ପ୍ରମୋଦ । ବର୍ତମାନ ବିଶ୍ୱ ରାଙ୍କିଙ୍ଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ଏକ ନମ୍ବର ଖେଳାଳି ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଖେଳ ଉପରେ ସମସ୍ତଙ୍କର ନଜର ରହିଛି । ଆଗରୁ ଅନେକ ଥର ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ପ୍ରମୋଦ, ଚଳିତ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଆଣିବେ ବୋଲି ଆଶା ରଖିଛନ୍ତି କ୍ରୀଡାପ୍ରେମୀ ।
The post ଟୋକିଓ ପାରାଅଲିମ୍ପିକ୍ସରେ ଆଜି ଅଭିଯାନ ଆରମ୍ଭ କରିବେ ଓଡ଼ିଆ ବ୍ୟାଡମିଣ୍ଟନ ତାରକା : ମିକ୍ସ ଡବ୍ଳସରେ ପଲକ କୋହଲିଙ୍କ ସହ କୋର୍ଟକୁ ଓହ୍ଲାଇବେ first appeared on Kanak News.
from Kanak News https://ift.tt/2V4dOQJ https://ift.tt/3kKdjUA
No comments: