ରାଜ୍ୟରେ ଉପର ମୁହାଁ ପାରଦ : ଆହୁରି ଗୋଟିଏ ସପ୍ତାହ ବଢିପାରେ ତାପମାତ୍ରା

ଭୁବନେଶ୍ବର ୨୩।୫: ରାଜ୍ୟରେ ଉପର ମୁହାଁ ପାରଦ । ବାତ୍ୟା ‘ଅମ୍ଫାନ’ ପାଇଁ କିଛିଟା ଆଶ୍ବସ୍ତି ମିଳିଥିଲେ ମଧ୍ୟ ବାତ୍ୟା ପରେ ୪୫ ଡିଗ୍ରୀ ଟପିଛି ପାରଦ । ଶନିବାର ରାଜ୍ୟରେ ତାପମାତ୍ରା ୪୬ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିବ । ଟିଟିଲାଗଡ, ଭବାନୀପାଟଣା, ବଲାଙ୍ଗୀର, କଳାହାଣ୍ଡି ଭଳି ଜିଲ୍ଲାରେ ତାତି ୪୬ଡିଗ୍ରୀ ଟପିପାରେ ।

ସେପଟେ ଶନିବାରଠାରୁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଗଞ୍ଜାମ ଗଜପତି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ତାପମାତ୍ରା ବୃଦ୍ଧି ଆହୁରି ଗୋଟିଏ ସପ୍ତାହ ହୋଇପାରେ । ବାତ୍ୟାପରେ ଏବେ ଉତ୍ତରପଶ୍ଚିମ ଦିଗରୁ ପବନ ବହୁଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯାଇଛି । ଏଥିପାଇଁ ତାତି ରହିବ ବୋଲି କୁହାଯାଉଛି ।

ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଭବାନୀପାଟଣାରେ ୪୪.୫ଡିଗ୍ରୀ, ବଲାଙ୍ଗୀରରେ ୪୪ଡିଗ୍ରୀ, ତାଳଚେରରେ ୪୩.୧, ମାଲକାନଗିରିରେ ୪୩, ବୌଦ୍ଧରେ ୪୨.୭, ହୀରାକୁଦରେ ୪୨.୩, ସମ୍ବଲପୁରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, ସୋନପୁରରେ ୪୧.୮, ପାରଳାଖେମୁଣ୍ଡିରେ ୪୧, ଫୁଲବାଣୀ ୪୧, ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ଥିଲା ।



from Prameya News7 https://ift.tt/3cYc7Yy
ରାଜ୍ୟରେ ଉପର ମୁହାଁ ପାରଦ : ଆହୁରି ଗୋଟିଏ ସପ୍ତାହ ବଢିପାରେ ତାପମାତ୍ରା ରାଜ୍ୟରେ ଉପର ମୁହାଁ ପାରଦ : ଆହୁରି ଗୋଟିଏ ସପ୍ତାହ ବଢିପାରେ ତାପମାତ୍ରା Reviewed by SUBHENDU BARAL on May 22, 2020 Rating: 5

No comments:

Powered by Blogger.