
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍ କରାଯାଇଛି । ୮ ଦଫା ଦାବି ନେଇ ଗୋଲାମୁଣ୍ଡା ଯୁବ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍ କରାଯାଇଛି। ଫଳରେ ଧର୍ମଗଡ଼-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
କାଠିକୁଟା ଡ୍ୟାମ୍ ନିର୍ମାଣରେ ଜମି ହରାଇଥିବା ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ, ଛତୁଆ ବଣ୍ଟନରେ ଦୁର୍ନିତି ଭଳି ୮ ଦଫା ଦାବି ନେଇ ରାସ୍ତାରୋକ୍ କରିଛ କଂଗ୍ରେସ। ଗତ କିଛି ଦିନ ଧରି ଏନେଇ ଦାବି କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବାରୁ ଦଳ ଆନ୍ଦୋଳନକୁ ଓହ୍ଲାଇଛି। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକେ ଦୀଘଁ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକ ରହିଥିଲେ।
from OTV Khabar https://ift.tt/2GVPs2S
‘ଜମି ହରାଇଥିବା ଚାଷୀଙ୍କୁ ଦିଅ ଅନୁକମ୍ପା ରାଶି’ OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:
No comments: