
ଔରଙ୍ଗାବାଦ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ଭିଡିଓକୋନ ଏମ୍ଡି ଭେନୁଗୋପାଳ ଧୁତ୍ଙ୍କ ଘରେ ଏବଂ ଅଫିସ୍ରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଋଣ ସମ୍ପର୍କିତ ଅଧିକ ତଥ୍ୟ ହାସଲ୍ ପାଇଁ ମୁମ୍ବାଇ ଏବଂ ଔରଙ୍ଗାବାଦରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି।
ପୂର୍ବରୁ ଚନ୍ଦା କୋଚରଙ୍କ ନାଁରେ ସିବିଆଇ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥଲା। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର୍ ଓ ଭିଡିଓକନ ଗ୍ରୁପ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ଏହି ନୋଟିସ୍ ଜାରି ହୋଇଥିଲା। ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ୩ ହଜାର ୨ ଶହ ୫୦ କୋଟି ଟଙ୍କା ଚନ୍ଦା ଋଣ ଅନୁମୋଦନ କରିଥିବା ଅଭିଯୋଗ ରହିଛି।
ଏ ନେଇ ସିବିଆଇ ପକ୍ଷରୁ ଚନ୍ଦା କୋଚର୍, ତାଙ୍କ ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପ ଏମ୍ଡି ବେଣୁଗୋପାଲ ଧୁତ୍ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ଚାଲିଛି। ସିବିଆଇ ଚନ୍ଦାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରୁଜ୍ଜୁ କରି ମାମଲା ଚଳାଇଛି। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ICICI ବ୍ୟାଙ୍କରୁ ଋଣ ଠକେଇ କରିଥିବା ଚନ୍ଦାଙ୍କ ନାଁରେ ଅଭିଯୋଗ ରହିଛି।
from OTV Khabar https://ift.tt/2GPv7MN
No comments: